ପ୍ରଥମ ବଂଶାବଳୀ 27 : 1 (ORV)
ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍, ପିତୃବଂଶପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 2 (ORV)
ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍ଦୀୟେଲର ପୁତ୍ର ଯାଶ୍ବୀୟାମ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 3 (ORV)
ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା ।
ପ୍ରଥମ ବଂଶାବଳୀ 27 : 4 (ORV)
ଦ୍ଵିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 5 (ORV)
ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 6 (ORV)
ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍ ଥିଲା ।
ପ୍ରଥମ ବଂଶାବଳୀ 27 : 7 (ORV)
ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 8 (ORV)
ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 9 (ORV)
ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍କେଶର ପୁତ୍ର ଇରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 10 (ORV)
ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 11 (ORV)
ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 12 (ORV)
ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 13 (ORV)
ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 14 (ORV)
ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 15 (ORV)
ଦ୍ଵାଦଶ ମାସ ନିମନ୍ତେ ଦ୍ଵାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
ପ୍ରଥମ ବଂଶାବଳୀ 27 : 16 (ORV)
ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟ-ମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଷର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ ।
ପ୍ରଥମ ବଂଶାବଳୀ 27 : 17 (ORV)
ଲେବୀ-ବଂଶ ମଧ୍ୟରେ କମୂୟେଲର ପୁତ୍ର ହଶ୍ବୀୟ; ହାରୋଣ-ବଂଶ ମଧ୍ୟରେ ସାଦୋକ ।
ପ୍ରଥମ ବଂଶାବଳୀ 27 : 18 (ORV)
ଯିହୁଦା-ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର-ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି ।
ପ୍ରଥମ ବଂଶାବଳୀ 27 : 19 (ORV)
ସବୂଲୂନ୍-ବଂଶ ମଧ୍ୟରେ ଓବଦୀୟର ପୁତ୍ର ଯିଶ୍ମୟୀୟ; ନପ୍ତାଲି-ବଂଶ ମଧ୍ୟରେ ଅସ୍ରୀୟେଲର ପୁତ୍ର ଯିରେମୋତ୍ ।
ପ୍ରଥମ ବଂଶାବଳୀ 27 : 20 (ORV)
ଇଫ୍ରୟିମ-ସନ୍ତାନଗଣ ମଧ୍ୟରେ ଅସସୀୟର ପୁତ୍ର ହୋଶେୟ; ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ପଦାୟର ପୁତ୍ର ଯୋୟେଲ ।
ପ୍ରଥମ ବଂଶାବଳୀ 27 : 21 (ORV)
ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ଜିଖରୀୟର ପୁତ୍ର ଯିଦ୍ଦୋ; ବିନ୍ୟାମୀନ୍-ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ ।
ପ୍ରଥମ ବଂଶାବଳୀ 27 : 22 (ORV)
ଦାନ୍-ବଂଶ ମଧ୍ୟରେ ଯିରୋହମର ପୁତ୍ର ଅସରେଲ୍; ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ ।
ପ୍ରଥମ ବଂଶାବଳୀ 27 : 23 (ORV)
ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ । କାରଣ ସଦାପ୍ରଭୁ ଆକାଶମଣ୍ତଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ ।
ପ୍ରଥମ ବଂଶାବଳୀ 27 : 24 (ORV)
ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ ।
ପ୍ରଥମ ବଂଶାବଳୀ 27 : 25 (ORV)
ଆଉ ଅଦୀୟେଲର ପୁତ୍ର ଅସ୍ମାବତ୍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ତାରସବୁର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 26 (ORV)
ଆଉ କଲୂବର ପୁତ୍ର ଇଷ୍ରି କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 27 (ORV)
ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍ମୀୟ ସବ୍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ତାରର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 28 (ORV)
ପୁଣି ଗାଦେରୀୟ ବାଲ୍ହାନନ୍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମିରିବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍ ତୈଳ-ଭଣ୍ତାରର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 29 (ORV)
ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି ଅଦ୍ଲୟର ପୁତ୍ର ଶାଫଟ୍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 30 (ORV)
ଇଶ୍ମାୟେଲୀୟ ଓବୀଲ୍ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରୋଣୋଥୀୟ ଯେହଦୀୟ ଗର୍ଦ୍ଦଭୀଗଣର ଅଧ୍ୟକ୍ଷ ଥିଲା ।
ପ୍ରଥମ ବଂଶାବଳୀ 27 : 31 (ORV)
ହାଗରୀୟ ଯାଷୀଷ୍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ ।
ପ୍ରଥମ ବଂଶାବଳୀ 27 : 32 (ORV)
ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ । ଆଉ ଅକ୍ମୋନିର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା ।
ପ୍ରଥମ ବଂଶାବଳୀ 27 : 33 (ORV)
ଅହୀଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୂଶୟ ରାଜମିତ୍ର ଥିଲା ।
ପ୍ରଥମ ବଂଶାବଳୀ 27 : 34 (ORV)
ଆଉ ଅହୀତୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: